
ବଲାଙ୍ଗିର– ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଶିଶୁ ବାଟିକା ବିଭାଗରେ ହିନ୍ଦୁ ନବବର୍ଷ (ଚୈତ୍ର ଶୁକ୍ଳ ପ୍ରତିପଦା) ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ମେରଟ ବିଶ୍ଵ ବିଦ୍ୟାଳୟ ଦିଲ୍ଲୀର ପୂର୍ବତନ ସଂସ୍କୃତ ଅଧ୍ୟାପକ କ୍ଷମାନିଧି ସାହୁ ଯୋଗଦାନ ପୂର୍ବକ ଦୀପ ପ୍ରଜ୍ବଳନ କରି ଉକ୍ତ ଦିନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ପରିଚାଳନା ସମିତି ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ ଉପସ୍ଥିତ ରହି ମାର୍ଗଦର୍ଶନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତରେଖା କର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁମାନେ ହିନ୍ଦୁ ନବବର୍ଷ ଆଧାରିତ ବିଭିନ୍ନ ବେଶରେ ଆସି ନଗର ପରିକ୍ରମା କରିଥିଲେ। ଗୁରୁମା ଶ୍ରୀମତୀ ଭାରତୀ ଠାକୁର ଏବଂ ଶ୍ରୀମତୀ ରିତୁପର୍ଣ୍ଣା ଦାଶଙ୍କ ନିର୍ଦ୍ଦେଶନାରେ ଶିଶୁଙ୍କ ଦ୍ବାରା ହିନ୍ଦୁ ନବବର୍ଷ ଆଧାରିତ ଏକ ଗୀତିନାଟ୍ୟ ପ୍ରଦର୍ଶୀତ ହୋଇଥିଲା।
ପ୍ରାର୍ଥନାରେ ଶ୍ରୀମତୀ କୁମୁଦିନୀ ପୃଷ୍ଟି ଓ ସଂଯୋଜନାରେ ଶ୍ରୀମତୀ ପୁଷ୍ପଲତା ଶତପଥି ସହଯୋଗ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା।