
ସାନଖେମୁଣ୍ଡି/ ପୋଡାମାରି: IQAC, ରାମଜି ସ୍ନାତକ ମହାବିଦ୍ୟାଳୟ ତରଫରୁ NAAC ପ୍ରାୟୋଜିତ ବିଜ୍ଞାନ ମେଳାରେ ପୋଡାମାରି ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ଦୀପକ କୁମାର ଦୋରା ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଶ୍ରୀ ହଳଧର ଶବର(BDO ଦିଗପହଣ୍ଡି) ଓ ଶ୍ରୀ ଯୁଧିଷ୍ଠିର ସ୍ବାଇଁ(ମୁଖ୍ୟବକ୍ତା)ଙ୍କ ଠାରୁ ମାନପତ୍ର ଓ ସିଲଡ଼ ଗ୍ରହଣ କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶୋକ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ସମ୍ଭବ କୁମାର ତ୍ରିପାଠୀ, ପରିଷଦର ଅଧକ୍ଷ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକଙ୍କ ଠାରୁ ପୁରସ୍କାର ସହ ମାନପତ୍ର ଗ୍ରହଣ କରିଛନ୍ତି। ଉଭୟ ଛାତ୍ର ପ୍ରଥମ ବର୍ଷ +2 କଳା ବିଭାଗର। ଅଧକ୍ଷ ଇ. ପ୍ରଦୀପ କୁମାର ପାତ୍ରଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ଉଭୟଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO