
ଭଞ୍ଜନଗର – ଦିନ କୁ ଦିନ ସମାଜରେ କନ୍ୟା ଓ ମହିଳାଙ୍କ ପ୍ରତି ବଢି ଚାଲିଥିବା ଅତ୍ୟାଚାରକୁ ରୋକିବା ଏବଂ ଜନସାଧାରଣ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଭଞ୍ଜନଗର ବସ ଷ୍ଟାଣ୍ଡ ଠାରେ ଡ଼ି.ଏ.ଭି ପି.ଟି ଏସ.ଆର ପବ୍ଲିକ ସ୍କୁଲ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। କନ୍ୟାଭ୍ରୁଣ ହତ୍ୟା, ନାରୀ ମାନଙ୍କୁ ଶିକ୍ଷାଦାନ, କମ ବୟସରେ ବିବାହ, ଯୌତୁକ ନିର୍ଯ୍ୟାତନା ଓ ମହିଳାଙ୍କ ପ୍ରତି ଅତ୍ୟାଚାର ଆଦି ବିଷୟକୁ ନାଟକ ମାଧ୍ୟମରେ କଳାକାରମାନେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ଉପସ୍ଥିତ ଜନସାଧାରଣ ଏହାକୁ ମନଭରି ଉପଭୋଗ କରିଥିଲେ। ଏଥିରେ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ସହଯୋଗ କରିଥିଲେ।