
ଜୟପୁର- ଜୟପୁର ଢେପଗୁଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି I ମୁଖ୍ୟ ଅତିଥି ଭାବେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟପୁର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଶତପଥୀ, ବିଦ୍ୟାଳୟ କମିଟି ଅଧ୍ୟକ୍ଷ ସହଦେବ ବାଘ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ପ୍ରିୟମ୍ବଦା ପାତ୍ର, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତି ସଂଯୁକ୍ତା ରାଉତ, ବରିଷ୍ଠ ସହାୟକ ଶଶୀଭୂଷଣ ଦାଶ୍ ଓ ହିସାବ ରକ୍ଷକ ରଞ୍ଜିତ ମହାନ୍ତି ଯୋଗଦାନ କରିଥିଲେ I ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଙ୍କରି ଦଳପତି ସଭାରେ ସଭାପତିତ୍ବ କରିବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ I ବିବରଣି ପାଠରେ କେବଳ ଗୋଟିଏ ଶ୍ରେଣୀ ଗୃହରେ ବିଦ୍ୟାଳୟ ଚାଲୁଥିବା ଯୋଗୁଁ ଜରାଜିର୍ଣ ଅବସ୍ଥାରେ ପଡିଥିବା ଅନ୍ୟ ଏକ ଶ୍ରେଣୀର ମରାମତି କରାଇବା ସହ ବିଦ୍ୟାଳୟର ପାଚେରି ନିର୍ମାଣ କରିବା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରା ଅନୁରୋଧ କରିଥିଲେ I ଶିକ୍ଷୟିତ୍ରୀ ପ୍ର୍ରିୟଙ୍କା ମିଶ୍ର ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ I ମୁଖ୍ୟ ଅତିଥି କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସହିତ ଗୁଣାତ୍ମକ ଶିକ୍ଷାଦାନ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ଓ ସମ୍ମାନିତ ଅତିଥି ମାନେ ପିଲା ମାନଙ୍କର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଙ୍କ ଦ୍ବାରା ଆଲୁମିନା ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ପରିଶେଷରେ କୁନି କୁନି ଛାତ୍ରଛାତ୍ରୀମାନେ କୋରାପୁଟିଆ ଦେଶିଆ ଗୀତରେ ନୃତ୍ୟ ପରିବେଷଣ କରିବା ସହିତ ନୃତ୍ୟ ମାଧ୍ୟମରେ ପାଠ, ଯୋଗ ଓ ଖେଳକୁଦ ର କାର୍ଯ୍ୟକ୍ରମ ଆସ ଆମେ ଖେଳିବା ପରିବେଷଣ କରିଥିଲେ I ପରିଶେଷରେ ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I