
ନୂଆଦିଲ୍ଲୀ – ସୁପ୍ରିମକୋର୍ଟ ମହାରାଷ୍ଟ୍ରର ବରଖାସ୍ତ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ମିଳିଥିବା ଅନ୍ତରିଣ ଆଶ୍ୱସ୍ତିକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବୃଦ୍ଧି କରିଛନ୍ତି । ଜଷ୍ଟିସ ବିଭି ନାଗରତ୍ନାଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବେଂଚ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ 15ରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।