ବ୍ରହ୍ମପୁର/କୁକୁଡ଼ାଖଣ୍ଡି :-ସୂଚନା ଅଧିକାର ଅଧିନିୟମ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରଭୁକ୍ତ ନୁହଁ ଏହି କଥା ଆମେ କହୁନୁ କୁକୁଡାଖଣ୍ଡି ବ୍ଲକ ବାଇଗଣବାଡି ଗ୍ରାମର ହରିକୃଷ୍ଣ ପାତ୍ର ସୂଚନା ଅଧିକାର ବଳରେ ବାଇଗଣବାଡ଼ି ସେବା ସମବାୟ ସମିତି ଏବଂ ବ୍ରହ୍ମପୁର ପାଇକାରୀ ଭଣ୍ଡାର ତଥ୍ୟ ମାଗିଥିଲେ Iକିନ୍ତୁ ବାଇଗଣବାଡ଼ି ସେବା ସମବାୟ ସମିତି ସମ୍ପାଦକ ବୃନ୍ଦାବନ କୋଠିଆ ସଂସ୍ଥାର ମୋହର ସହ ନିଜ ଦସ୍ତଖସ୍ତ ଥିବା ଏକ ଚିଠି ସୂଚନା ମାଗିଥିବା ବ୍ୟକ୍ତି ନିକଟକୁ ପଠାଇଥିଲେ ଯେଉଁଥିରେ ଉଲେଖ ଥିଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଚିଠି ନମ୍ବର 9017 ଅନୁସାରେ କେରଳ ରାଜ୍ୟର ତାଳପଲମ ସର୍ଭିସ ସମବାୟ ବ୍ୟାଙ୍କ ଏବଂ ବମ୍ବେ ଉଚ୍ଚ ନୟାଳୟର ନାଗପୁର ଶାଖା ଏକ ଆବେଦନର ଶୁଣାଣି କରି ସମବାୟ ସମିତି ସୂଚନା ଅଧିକାର ପରିସର ଭୁକ୍ତ ନୁହଁ ବୋଲି ଦର୍ଶାଇଥିବା ଚିଠିରେ ଉଲେଖ କରିଥିଲେ ଉଭୟ ସଂସ୍ଥା ପୁଣି ଥରେ ବ୍ୟକ୍ତି ଜଣଙ୍କ ଚିଠିର ଅବିକଳ ନକଲ ମାଗିବାରୁ ସମାନ ଉତ୍ତର ହିଁ ମିଳିଥିଲା ସର୍ବୋଚ୍ଚ ନୟାଳୟଙ୍କ ଚିଠି ମଧ୍ୟ ନାହିଁ ଉକ୍ତ ସଂସ୍ଥା ପାଖରେ I ଏବଂ ସେଥିରେ ଉଲେଖ କରିଛନ୍ତି ଚିଠି ମଧ୍ୟ ନ ଦେବା ପାଈଁ କୁଆଡେ ସର୍ବୋଚ୍ଚ ନୟାଳୟ ଶୁଣାଣିରେ ଶୁଣାଇଛନ୍ତି I ଏଠି ପ୍ରଶ୍ନ ଉଠୁଛି ଯେଉଁଠି ଖୋଦ ସର୍ବୋଚ୍ଚ ନୟାଳୟ ସୂଚନା ଅଧିକାର ପରିସରଭୁକ୍ତ ହେଲେଣି ସେଠି ଉକ୍ତ ସଂସ୍ଥା ଉପରେ ଅଙ୍କୁଶ ଲାଗିଛି କିପରି ନା ନିଜ ଦୋଷ ଦୁର୍ବଳତାକୁ ଘୋଡେ଼ଇବା ପାଈଁ ମିଥ୍ୟା ତଥ୍ୟ ଦେଉଛନ୍ତି ଉକ୍ତ ସଂସ୍ଥା I ଗୋଟିଏ ସରକାରୀ ଅନୁମୋଦିତ ସଂସ୍ଥା ହୋଇ ସୂଚନା ଅଧିକାର ଅଧିନିୟମରୁ ନିବୃତ କିପରି ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଯଦି ଏପରି ହୁଏ ତାହାଲେ ସବୁ ସରକାରୀ ସଂସ୍ଥା ମିଥ୍ୟା ତଥ୍ୟଦେଉ ସୂଚନା ଅଧିକାରକୁ ଫାଙ୍କିବା ସରକାରୀ କାର୍ଯ୍ୟ ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ଦୁର୍ନୀତିର ବ୍ୟାଧି ଦିନକୁ ଦିନ ବଢ଼ିବାରେ ଲାଗିଛି I ଏ ବାବଦରେ ଓଡିଶା ଉଚ୍ଚତମ ନାୟାଳୟର ଦ୍ୱାରସ୍ତ ହେବେ ବୋଲି ସୂଚନା ମାଗିଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି I
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 24, 2024
November 24, 2024