
ଭଞ୍ଜନଗର – ଭଞ୍ଜନଗର ଚକରା ବିଷୋୟୀ ଛକ ବାଇପାସ ରୋଡ଼ରେ ଥିବା ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୧୮ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ଶିବରାମ ପଣ୍ଡା, ସମ୍ମାନିତ ଅତିଥି ରୂପେ ପୂର୍ବତନ କଲେଜ ଅଧ୍ୟକ୍ଷ ପୂର୍ଣ ଚନ୍ଦ୍ର ତ୍ରିପାଠୀ, ଭଞ୍ଜନଗର ଉପଖଣ୍ଡ ପ୍ରତିନିଧି ଜୟକୃଷ୍ଣ ପଟ୍ଟନାୟକ, ମୁଖ୍ୟ ବକ୍ତା ଶିକ୍ଷା ବିକାଶ ସଂସ୍ଥାନ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ବିଦ୍ୟାଳୟର ସଭାପତି ଦିଲିପ କୁମାର ବିଷୋୟୀ ଓ ପ୍ରଧାନାଚାର୍ଯ୍ୟ ସୀମାଞ୍ଚଳ ବାଡ଼ତ୍ୟା ମଞ୍ଚାସିନ ଥିଲେ। ନୃତ୍ୟ ଗୀତ ମାଧ୍ୟମରେ ଛାତ୍ରୀମାନେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ବାଡ଼ତ୍ୟା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। କଠିନ ପରିଶ୍ରମ ଓ ଚେଷ୍ଠା ହିଁ ସଫଳତାର ମନ୍ତ୍ର, ତେଣୁ ସମସ୍ତ ଛାତ୍ର ଛାତ୍ରୀ ଏଥିପ୍ରତି ଧ୍ୟାନ ଦେବା ପାଇଁ ଅତିଥିମାନେ କହିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟମାନେ ସହଯୋଗ କରିଥିଲେ।