
ଭୁବନେଶ୍ୱର– ନବୀନ ନିବାସ ଭିତରେ ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ଫଟୋ ଭାଇରାଲ ହେବା ପରେ ବିଜେଡି ବିଧାୟକ ସାରଦା ଜେନା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି। ଆମ ସରକାରରେ ମଧ୍ୟ ଥିଲେ। ସରକାରରେ ପଦ ପଦବୀରେ ଥିଲେ। ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ହେଉଛନ୍ତି। ଦଳର ଡିଭାକିଲ ପାଇଁ କିଛି ନେତା ପାଣ୍ଡିଆନଙ୍କୁ ଦାୟୀ କରୁଥିବା ପ୍ରଶ୍ନରେ ସେ କହିଛନ୍ତି ଡିଭାକିଲ ପାଇଁ ଜଣଙ୍କୁ କାହିଁକି ଦାୟୀ କରିବା। ଏହା ଗୋଟେ ଟିମର ଦାୟିତ୍ୱ ଥିଲା । ସେ ସନ୍ୟାସ ନେବା ପରେ ନବୀନ ନିବାସରେ କଣ କରୁଛନ୍ତି ପ୍ରଶ୍ନରେ ସେ କହିଛନ୍ତି ଯେ ସନ୍ୟାସ ନେଲେ ବୋଲି କଣ ହିମାଳୟ ପଳେଇଲେ ନା କଣ । ସନ୍ୟାସୀ ହୋଇ କି ସେ ଘରେ ଅଛନ୍ତି ତାଙ୍କ ସହ ଯାଇ କି ଫଟୋ ଉଠା ଯାଉଛି ସେଥିରେ ତାଙ୍କ ଦୋଷ କଣ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।