
ଭୁବନେଶ୍ୱର– ଭୁବନେଶ୍ୱର ଏମ୍ସ ନିକଟ କାଜୁ ବଗିଚାରେ ଗତକାଲି ରାତିରୁ ଦନ୍ତା ହାତୀ ଫସି ରହିଛି। ତାକୁ ଜଙ୍ଗଲକୁ ଫେଣାଇ ନେବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା । ସେ କହିଛନ୍ତି ଖୋର୍ଦ୍ଧା ଡିଭିଜନର ହାତୀ ଏମ୍ସ ହସପିଟାଲ ନିକଟରେ ରହିଛି। ଆଜି ରାତି ସୁଦ୍ଧା ତାକୁ ଜଙ୍ଗଲକୁ ଫେରାଇ ନେବାକୁ ଉଦ୍ୟମ କରାଯିବ। ବନ ବିଭାଗର ଟିମ୍ ନଜର ରଖିଛି। ଯଦି ଜନବସତି କୁ ଆସେ ତେବେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍।