
ଭୁବନେଶ୍ୱର– ଓଡ଼ିଶାର ବିଶିଷ୍ଟ ତଥା ଲୋକପ୍ରିୟ ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ଅପରାଜିତା, ବାବୁସାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭେଟିଥିଲେ ।
ଏନେଇ ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଉତ୍ତମ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା । ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଜୀବନବ୍ୟାପୀ ସାଧନା ଓ କୃତି ପାଇଁ ସେ ଓଡ଼ିଆ ଜନମାନସରେ ଚିର ଅମର ହୋଇ ରହିବେ । ଅମର ଆତ୍ମାର ସଦଗତି କାମନା କରୁଛି ।