
ଭୁବନେଶ୍ୱର – ଶୁକ୍ରବାର ସକାଳ ୯.୩୦ ମି. ସମୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ,ଭୁବନେଶ୍ୱରଠାରେ ଅଷ୍ଟମ ବ୍ୟାଚ ଆରକ୍ଷୀ ଉପ ଅଧୀକ୍ଷକ ଏବଂ ଦ୍ୱାଦଶ ବ୍ୟାଚ ଉପ ଆରକ୍ଷୀ ନିରୀକ୍ଷକ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବ । ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ ଶିକ୍ଷାନବିସ ଅଧିକାରୀଙ୍କୁ ପୁରସ୍କୃତ କରିବା ସହ ମନୋଜ୍ଞ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।