
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ବୈଠକରେ ପଶୁଧନ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଂଶୋଧନକୁ ମଂଜୁରୀ ମିଳିଛି ।
ଏହି ଯୋଜନାର ତିନି ଘଟକ ରହିଛି, ଯେଉଁଥିରେ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଏଲଏଚଏଣ୍ଡଡିସି ଓ ପଶୁ ଔଷଧି ସାମିଲ ରହିଛି । ଏଲଏଚଏଣ୍ଡଡିସିର ବି ତିନି ଉପଘଟକ ରହିଛି, ଯେଉଁଥିରେ ଗୁରୁତର ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଏବେର ପଶୁ ଚିକିତ୍ସା ହସ୍ପିଟାଲ ଓ ଔଷଧାଳୟର ସ୍ଥାପନା ଓ ସୁଦୃଢିକରଣ-ମୋବାଇଊ୍ ପଶୁ ଚିକିତ୍ସା ଗ୍ରୁପ ଓ ପଶୁ ରୋଗର ନିୟନ୍ତ୍ରଣ ପାଇଁ ରାଜ୍ୟକୁ ସହାୟତା ସାମିଲ ରହିଛି । ପଶୁ ଔଷକ୍ଷ ଏଲଏଚଡିସିପି ଯୋଜନାରେ ଯୋଡା ଯାଇଥିବା ନୂଆ ଘଟକ ଅଟେ ।