
ବାରଣାସୀ, କାଶୀ ତାମିଲ ସଙ୍ଗମମ-3ର ସଫଳତା ପାଇଁ ବାରଣାସୀ ସାଂସଦ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ବାର୍ତ୍ତା ପଠାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, କାଶୀ ତାମିଲ ସଙ୍ଗମମ କେବଳ ଏହି ସ୍ମୃତିକୁ ତାଜା କରିବନି, ବରଂ ତାମିଲନାଡୁ ଓ କାଶୀ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବ । ଲୋକଙ୍କ ସଂପୂର୍ଣ୍ଣ ଭାଗିଦାରୀ ଏହି ସଙ୍ଗମକୁ ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନାର ମଶାଲ ବାହାକ କରିଛି । ଏହା ଜାଣି ଖୁସି ହେଉଛି ଯେ, ଚଳିତ ବର୍ଷ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ସହିତ ଶାସ୍ତ୍ରୀୟ ତାମିଲ ସାହିତ୍ୟରେ ଋଷି ଅଗସ୍ତ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନର ଉତ୍ସମ ପାଳନ ହେବ । କାଶୀ ତାକିଲ ସଙ୍ଗମମ-3ର ଆୟୋଜନ 15ରୁ 24 ଯାଏ କରାଯିବ ।
ପ୍ରଧାନମନ୍ତ୍ରୀ ଏହି ଶୁଭକାମନା ବାର୍ତ୍ତା ନିଜ ଆମେରିକା ଗସ୍ତରେ ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ଫେରିଛନ୍ତି । ପ୍ରଧାନମନ୍ତ୍ରୀ ବାର୍ତ୍ତାରେ ଲେଖିଛନ୍ତି ଯେ, ବାରଣାସୀରେ କାଶୀ ତାମିଲ ସଙ୍ଗମମ-3ର ଆୟୋଜନ ସଂପର୍କରେ ଜାଣିବା ଆନନ୍ଦଦାୟକ ଅଟେ ।