
ଭୁବନେଶ୍ୱର– ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ଗ୍ରାମୀଣ ଅର୍ଥନୀତି ଆଗକୁ ବଢିବ । ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଆଜିର ଏହି ଐତିହାସିକ ମୁହୂର୍ତ୍ତ ଓଡ଼ିଶା ପାଇଁ ବିଶେଷ ସମୟ । ଗ୍ରାମାଞ୍ଚଳ ଅର୍ଥନୀତି, ସାମାଜିକ ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଗକୁ ବଢିବ । ଗ୍ରାମୀଣ ଓଡ଼ିଶାର ଜୀବନ ଧାରଣର ମାନ ବୃଦ୍ଧି ଏହି କାର୍ଯକ୍ରମର ଲକ୍ଷ୍ୟ । ଗ୍ରାମୀଣ ଓଡ଼ିଶାର ବିକାଶ ଦିଗରେ ଆଜିର ଦିନଟି ଐତିହାସିକ । ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିବ । ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ଗ୍ରାମୀଣ ଅର୍ଥନୀତି ଆଗକୁ ବଢିବ । ରାସ୍ତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭିତ୍ତିଭୂମି, ସମସ୍ତ ମୌଳିକ ଆବଶ୍ୟକତା ପୂରଣ କରିବାର ଯୋଜନା ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ହେବ । ଲୋକ ମାନେ ହିଁ ବିକଶିତ ଗାଁର ନମୂନା ତିଆରି କରିବେ । ଗ୍ରାମସଭା ମାଧ୍ୟମରେ ଗାଁର ସମସ୍ତ ବିକାଶ ମୂଳକ କାମ ପାଇଁ ନିଷ୍ପତି ନିଆଯିବ । 5 ବର୍ଷ ପାଇଁ 5 ହାଜର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ପୂର୍ବ ସରକାର ଲୋକଙ୍କ କଥା ଶୁଣିନଥିଲେ । ଜନ ପ୍ରତିନିଧି, ଗ୍ରାମସଭା ଓ ଲୋକଙ୍କ କଥା ଭୁଲି ଯାଇଥିଲେ । କେବଳ ଜଣେ ଲୋକଙ୍କ କଥାରେ ଚାଲିଥିଲା ପୂର୍ବ ସରକାର । ଯେଉଁ ସରକାରକୁ ଲୋକ ପରିବର୍ତ୍ତନ କରିଛନ୍ତି ।