
ଜୟପୁର :ମୋବାଇଲରେ ଝିଅର ଫୋଟ ଭାଇରାଲ କରି ଥିବା ଅଭିଯୋଗ ରେ ନୂଆପୁଟ ଗ୍ରାମର ଜଣେ ଯୁବକ ଗିରଫ ହୋଇଛି ଜୟପୁର ସଦର ପୋଲିସ । ପୋଲିସ ସୂଚନା ଅନୁଯାୟୀ ନୁଆପୁଟ ଗ୍ରାମର ମଦନ ବିଷୋୟୀ ସେହି ଗ୍ରାମର ଏକ ନାବାଳିକାର ଫୋଟ କାଢି ଝିଅକୁ ବ୍ଲାକମେଲ କରୁଥିଲେ। ଘଟଣା ଘଟିବାର ଦୁଇଦିନ ବିତିଯିବା ପରେ ଝିଅ ତାଙ୍କ ଘରେ ଯାଇ ଅଭିଯୁକ୍ତଙ୍କ ବିଷୟରେ ଜଣାଇବା ପରେ ଝିଅର ବାପା ଆସି ସଦରଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗ କୁ ଭିତ୍ତିକରି ସଦର ପୁଲିସ ଅଭିଯୁକ୍ତ ମଦନ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ଇଶ୍ବର ତାଣ୍ତି ସୂଚନା ଦେଇଛନ୍ତି।