ନୂଆଦିଲ୍ଲୀ- ପଂଜାବର ଅମୃତସରରେ ଟାଉନ ହଲ ନିକଟରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯିବାକୁ ନେଇ ଉପୁଜିଥିବା ବିବାଦକୁ ନେଇ ବିଜେପି ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଜାନୁୟାରୀ 26ରେ ଅମୃତସରରେ ବିଆର ଆମ୍ବେଦକରଙ୍କ ମୂର୍ତ୍ତି ସହିତ ହୋଇଥିବା ବର୍ବରତାକୁ ବିଜେପି ନିନ୍ଦା କରିବା ସହ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ କ୍ଷମା ମାଗିବାକୁ କହିଛି । ଏହାସହିତ ବିଜେପି କେଜରିୱାଲ ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।
ସୋମବାର ବିଜେପି ସାଂସଦ ସମ୍ବିତ ପାତ୍ର ମୁଖ୍ୟାଳୟରେ ପ୍ରେସମିଟରେ କହିଛନ୍ତି ଯେ, ରବିବାର ଗଣତନ୍ତ୍ରର 76ତମ ବର୍ଷପୂର୍ତ୍ତି ଥିଲା, ଯେତେବେଳେ ଭାରତକୁ ତାର ସମ୍ବିଧାନ ମିଳିଥିଲା । ପଂଜାବରେ ଆମ୍ ଆଦମୀ ପାର୍ଟିର ସରକାର ସମୟରେ ଅମୃତସରରେ ଡ. ବିଆର ଆମ୍ବେଦକରଙ୍କ ମୂର୍ତ୍ତି ସହିତ ବର୍ବରତା କରାଯାଇଛି । ସେଠାରେ ଜଣେ ବ୍ୟକ୍ତି ମୂର୍ତ୍ତି ଉପରେ ଚଢିଯାଇ ମୂର୍ତ୍ତିକୁ ଭାଙ୍ଗି ଦେଇଛି । ଯେତେବେଳେ ଏହି ଘଟଣା ହେଉଥିଲା, ସେତେବେଳେ ନା ପୋଲିସ ନା ପ୍ରଶାସନ କେହି ରୋକିବାକୁ ପଦକ୍ଷେପ ନେଇନଥିଲେ । ଏହା ପ୍ରଥମ ଥର ନୁହେଁ ଯେ ଅରବିନ୍ଦ କଜରିୱାଲ ଓ ଆପ୍ ଦଳିତଙ୍କ ଅପମାନ କରିଛନ୍ତି । ଅରବିନ୍ଦ କେଜରିୱାଲ ପଂଜାବ ଯିବା ଉଚିତ ଏବଂ ସେହି ମୂର୍ତ୍ତି ସାମ୍ନାରେ କ୍ଷମା ମାଗିବା ଆବଶ୍ୟକ ।