ଭୁବନେଶ୍ୱର– ବହୁ ପ୍ରତିକ୍ଷିତ ହଂସପାଳ ଓଭରବ୍ରିଜ ଉଦଘାଟିତ । ଉଦଘାଟନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । 24 କୋଟିର ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ । ଜାତୀୟ ରାଜପଥରେ ମରଣାଯନ୍ତା ପାଲଟି ଥିଲା ହଂସପାଳ କ୍ରସିଂ । ପୂର୍ବ ସରକାରରେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ବିଳମ୍ବ ହେଉଥିଲା ପ୍ରକଳ୍ପ । ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ 2020ରୁ ଆରମ୍ଭ ହୋଇଥିଲେ ବି ସରିବା ପାଇଁ ବିଳମ୍ବ ହେଉଥିଲା । ଏ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାରମ୍ବର ପ୍ରେଚେଷ୍ଟା ଏବଂ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଭେଟି ଆଲୋଚନା କରିଥିଲେ । ଅଗଷ୍ଟ 2024ରେ ଏହି ଓଭରବ୍ରିଜର ଗୋଟେ ପଟ, କଟକରୁ ଭୁବନେଶ୍ୱର ସାଇଡକୁ ଉଦଘାଟନ ହୋଇଥିବା ବେଳେ ଆଜି ଭୁବନେଶ୍ୱରରୁ କଟକ ଆଡକୁ ଓଭରବ୍ରିଜ ଉଦଘାଟନ ହୋଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ଭୁବନେଶ୍ୱର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Related Stories
January 21, 2025