ଭୁବନେଶ୍ୱର– ନବ ଦାସ ହତ୍ୟା ଘଟଣାରେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ବିଜେଡି ସିବିଆଇ ତଦନ୍ତ ଦାବି କରିଛି । ବର୍ତ୍ତମାନ ବିଜେପି ସରକାରରେ ଅଛି, କେନ୍ଦ୍ରରେ ବି ବିଜେପି ସରକାର ଅଛି । ସବୁ ତଦନ୍ତକାରୀ ସଂସ୍ଥା ଅଛି, ପୋଲିସ ଅଛି । ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣନ୍ତୁ । ଯଦି କ୍ରାଇମବ୍ରାଞ୍ଚ ତଥ୍ୟ ମିଛ ଥିଲା ଏବେ ସତ୍ୟ ସାମ୍ନାକୁ ଆଣନ୍ତୁ । କିନ୍ତୁ ମିଛ କଥା କହି ଗୋଟେ ଘଟଣାକୁ ଭିନ୍ନ ରଙ୍ଗ ଦେବାରେ ବିଜେପି ମାହିର । ଭାରତୀୟ ଜନତା ପାର୍ଟି ଭାରତୀୟ ମିଛୁଆ ପାର୍ଟି ହୋଇ ଯାଉଛି । ମିଛ କହି ଭ୍ରମିତ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।
Related Stories
January 18, 2025
January 18, 2025