ଜୟପୁର- ଜୟପୁର ସହରର ମୁଖ୍ୟ ରାସ୍ତାରେ ଉପଖଣ୍ଡ ସ୍ତରିୟ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏ ନେଇ ମୁଖ୍ୟ ରସ୍ତାରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଜୟପୁର ଉପ ଜିଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତୋଳନ ପୂର୍ବକ ପ୍ୟାରେଡରେ ନିଜର ଅବିଭାଷଣ ରଖିଥିଲେ । ଯେଉଁ ଦେଶରେ ସମ୍ବିଧାନ ଓ ଗଣତନ୍ତ୍ରକୁ ଯେତେ ସମ୍ମାନ ଦେଉଛନ୍ତି ସେ ରାଷ୍ଟ୍ର ସେତେ ଅଧିକା ଆଗକୁ ଯାଉଥିବା ଉପ ଜିଲାପାଳ ବେହେରା ଉଦବୋଧନରେ ମତବ୍ୟକ୍ତ କରିଥିଲେ ।
ଏହି ପ୍ୟାରେଡରେ ଜୟପୁର ଅଂଚଳର ବିଭିନ୍ନ ସ୍କୁଲ, କଲେଜର ୫୨ ଟି ଗ୍ରୁପ ସାମିଲ ରହି ପ୍ୟାରେଡ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଡିପିଓ ବରୁଣ ଗୁଣ୍ଠପାଲ୍ଲ୍ି, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରି ପୀତବାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟ ରାସ୍ତାରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୌତୁକ ବେଶ ପୋଷାକ ପ୍ରତିଯୋଗିତା, ଶାରୀରିକ କ୍ରୀଡ଼ା କୌଶଳ ପ୍ରତିଯୋଗିତା, ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀ କରାଯାଇଥିବା ବେଳେ ସଂନ୍ଧ୍ୟାରେ ମୁଖ୍ୟ ରାସ୍ତାରେ ସାଂସ୍କୃୁତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉପଖଣ୍ଡ ପ୍ରଶାସନ ତରଫରୁ ଗୋପବନ୍ଧୁ ଛାତ୍ର ନିବାସ, ଜିଲା ଚିକିତ୍ସାଳୟ, ଉପକାରାଗାରରେ ଫଳ ଓ ବିସ୍କୁଟ ବଂଟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।