
ନୂଆପଡ଼ା – ଦୈନିକ ସମାଜର ୧୦୦ ବର୍ଷ ପୂର୍ତୀ ଅବସରରେ ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ‘ସମାଜ’ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସର୍ବମୋଟ ୧୬୮ ଜଣ ପ୍ରତିଯୋଗୀ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଚିତ୍ରାଙ୍କନ କନିଷ୍ଠ ବିଭାଗରେ ୮୨ ଜଣ, ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ମୋଟ ୫୬ ଜଣ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗୀତାରେ ୩୦ ଜଣ ପ୍ରତିଯୋଗୀ ଖଡିଆଳ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ସାମିଲ ଥିଲେ । ଚିତ୍ରାଙ୍କନ କନିଷ୍ଠ ବିଭାଗରେ ଖଡିଆଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ସ୍ମରଣ ଯୋଷୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇମ୍ପେରୀୟାଲ ପ୍ରେସିଡେନ୍ସି ପବ୍ଲିକ ସ୍କୁଲର ୨ ଜଣ ଛାତ୍ର ପ୍ରତିକ କୁମାର ସାହୁ ଦ୍ୱିତୀୟ ଏବଂ ଆଶମାନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ୭ ଜଣ ଛାତ୍ରଛାତ୍ରୀ ଦାରୁବ୍ରହ୍ମ ବାରିକ, ଉପାସନା ପଟେଲ, ଗୁରବାନୀ କୌର, ଶୁଭସ୍ମିତା ବାରିକ, ପ୍ରଜ୍ଞାନ ସୁନା, ଦୁହିତା ଜୁଆଡ ଏବଂ ରୀତିକା ମୁନାଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ଚିତ୍ରାଙ୍କନ ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ଖଡିଆଳ ପବ୍ଲିକ ସ୍କୁଲର ଛାତ୍ରୀ ଜଶସ୍ୱୀ ପ୍ରିୟଦର୍ଶିନୀ ବାରିକ ପ୍ରଥମ, ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ସବ୍ୟସାଚୀ ନାୟକ ଏବଂ ସିଦ୍ଧି ସମୃଦ୍ଧି ଠାକୁର ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହା ସହ ୭ ଜଣ ଛାତ୍ରଛାତ୍ରୀ ନିରୁପମା ମେହେର, ସୌମିକ ପାଢୀ, ମହରୁନ ଖାନ, ଆଦ୍ୟାଶା ଦାଶ, ହର୍ସିତ କୁମାର ବୈଠାରୁ, ସଗୁନ ଅଗ୍ରୱାଲ, ମନିଷ ଜଗତଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଠିକ ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପ୍ରବନ୍ଧ ପ୍ରତିଯୋଗିତାରେ ମୋଟ ୩୦ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ଖଡିଆଳ ରାଜା ଆର୍ତତ୍ରାଣ ହାଇସକୁଲର ଛାତ୍ର ପ୍ରଶାନ୍ତ କୁମାର ମେହେର ପ୍ରଥମ, ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟର ସାଇଶୃତି ଯୋଷୀ ଦ୍ୱିତୀୟ ଏବଂ ଖଡିଆଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅର୍ପିତ କୁମାର କୁମାର ଖମାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହା ସହ ୭ ଜଣ ଛାତ୍ରଛାତ୍ରୀ ଅଲକା ନନ୍ଦ, ନିସ୍କୃତି ଏନ ମିଶ୍ର, ଅବନ୍ତିକା ପ୍ରଧାନ, ସୁଚିସ୍ମିତା ହୋତା, ପ୍ରିତିରଞ୍ଜନ ମେହେର, ଅମିଷା ବେହେରା, ଚନ୍ଦ୍ରଚୁଢ ସିକ୍କାଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଅତିଥି ଭାବରେ ଖଡିଆଳ ସ୍ୱୟଂଶାସିତ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗର ବିଭାଗୀୟ ମୁଖ୍ୟ ଡଃ ପ୍ରଣତୀ କୁମାରୀ ପଣ୍ଡା, ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲର ସହକାରୀ ଶିକ୍ଷକ ଅଶୋକ କୁମାର ବେହେରା, ଖଡିଆଳ ସ୍ଥିତ ଇଟିଏଣ୍ଟଟି କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସତିଶ କୁମାର ପଣ୍ଡା, ଶିକ୍ଷକ ଗୌରାଙ୍ଗ କୁମାର ସାହୁ, କଳାକାର ରାଜନାରାୟଣ ସୁନାନୀ, ବରିଷ୍ଠ ସାହିତ୍ୟିକ ତଥା ସାମ୍ବାଦିକ କୁନାଲ ଚରଣ ବେହେରା, ସାମ୍ବାଦିକ ହେମନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି କୋମନା ଠାରେ ବ୍ଲକସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା କ୍ରିଷ୍ଣା ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗୀତାରେ ୧୬୧ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଚିତ୍ରାଙ୍କନ କନିଷ୍ଠରେ ୭୦ ଜଣ, ଚିତ୍ରାଙ୍କନ ବରିଷ୍ଠରେ ୬୮ ଜଣ ଏବଂ ପ୍ରବନ୍ଧ ଲିଖନରେ ୨୩ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚିତ୍ରାଙ୍କନ କନିଷ୍ଠ ବିଭାଗରେ କୋମନା ଅରବିନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ଆୟୁଷ କୁମାର ଯୋଷୀ ପ୍ରଥମ, କ୍ରିଷ୍ଣା ପବ୍ଲିକ ସ୍କୁଲର ଛାତ୍ରୀ ନିୟତୀ ପାଣିଗ୍ରାହୀ ଦ୍ୱିତୀୟ ଏବଂ ଅରବିନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀ ଭାଗ୍ୟଶ୍ରୀ ଆଡବଙ୍ଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବନ୍ଦନା ମାଝୀ ପ୍ରଥମ, ଛାତ୍ରୀ ଇପସିତା ହଂସ ଦ୍ୱିତୀୟ ଏବଂ କ୍ରିଷ୍ଣା ପବ୍ଲିକ ସ୍କୁଲର ଛାତ୍ରୀ ବୈଷ୍ଣବି ତିୱାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରବନ୍ଧ ପ୍ରତିଯୋଗୀତାରେ କୁରେଶ୍ୱର ପଞ୍ଚାୟତ ହାଇସ୍କୁଲର ଛାତ୍ର ଗୋପବନ୍ଧୁ ସଗରିଆ ପ୍ରଥମ, ଦେବ କୁମାର ରଣା ଦ୍ୱିତୀୟ, ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମିନତୀ କୈବର୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ୩ ଗୋଟି ବିଭାଗର ୯ ଜଣଙ୍କ ସହ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସମାଜ କୋମନା ପ୍ରତିନିଧି ବିପୁଲ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ କ୍ରିଷ୍ଣା କବ୍ଲିକ ସ୍କୁଲର ପ୍ରିନସିପାଲ ଏଲ. ବିଜୟ ମାଧବି, ସ୍କୁଲ ପରିଚାଳନା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ତିୱାରୀ, ଶିକ୍ଷକ ମନୋଜ କୁମାର ଅଦା, ଲୋକନାଥ ଦାସ, ଆଶୁତୋଷ ହୋତା, ସଂପଦ ପଣ୍ଡା, ଶିବାନନ୍ଦ ବନଛୋର, ପ୍ୟାରୀଲାଲ ଦାସ, ଲଲିତ ନିଆଲ, ମଧୁସ୍ମିତା ପାଣିଗ୍ରାହୀ, ଚାନ୍ଦିନୀ ଛତ୍ରୀଆ, ମହିମା ମିଂଚଲ, ବିଭାସିନୀ ମହାପାତ୍ର, ତପସ୍ୱିନୀ ଅଦା, ନନ୍ଦିନୀ ହୋତା, ସରିତା ଯାଦବ, ରଜନୀ ବୈଠାରୁ, ସାହିଦା ଖାତୁନ, ଜଗନ୍ନାଥ ମାଝୀଙ୍କ ସମେତ କ୍ରିଷ୍ଣା ପବ୍ଲିକ ସ୍କୁଲର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ । କୋମନା ସରପଂଚ ତଥା ସ୍କୁଲର ପ୍ରତିଷ୍ଠାତା କ୍ରିଷ୍ଣା ତିୱାରୀ ଉପସ୍ଥିତ ଥିବା ବେଳେ ସଦନ ତିୱାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବୋଡେନ, ସିନାପାଲି ଓ ନୂଆପଡା ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।