
ଗଞ୍ଜାମ- ଶେରଗଡ ବ୍ଳକର ପିତଳ ସେଵା ସମଵାୟ ସମିତିରେ ଚଳିତଵର୍ଷ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମିତି ସଭାପତି ପ୍ରମୋଦ କୁମାର ପାତ୍ର, ସହ ସମ୍ପାଦକ ଶରତଚନ୍ଦ୍ର ପାତ୍ର,ମିଲରରମାକାନ୍ତ ପଣ୍ଡା, ସମ୍ପାଦକ କୃଷ୍ଣ ନାୟକ, ସମିତି କର୍ମଚାରୀ ବଳରାମ ପାତ୍ର, ଅମର ପ୍ରଧାନ, ଚାଷୀ ହିମାଂଶୁ ପୋଲାଇ, ଉପେନ୍ଦ୍ର ପ୍ରଧାନ ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ୨୧ ହଜାର କ୍ଯୁଣ୍ଟାଲ ଧାନ ଏହି ସମିତି ମାଧ୍ୟମରେ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି।