
ଘଟଗାଁ– ରାସ୍ତାର ଉଭୟ ପାର୍ଶ୍ଵରେ ଫାଷ୍ଟଫୁଡ ଦୋକାନ ଗୁଡିକ ଯୋଗୁଁ ଗ୍ରାହକ ମାନଙ୍କର ଛୋଟ ବଡ ଯାନ ଗୁଡିକ ଘଣ୍ଟା ଘଣ୍ଟା ଧରି ରାସ୍ତା ପାର୍ଶ୍ଵରେ ଛିଡା କରୁଥିବାରୁ ଅଧିକାଂଶ ସମୟ ରାସ୍ତା ଜାମ ଭଳି ସମସ୍ୟା ଲାଗିରହୁଛି। ରାସ୍ତାର ଉଭୟ ପାର୍ଶ୍ଵରେ ଦିନକୁ ଦିନ ଫାଷ୍ଟଫୁଡ ଦୋକାନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଯାନ ପାର୍କିଂର ବ୍ୟବସ୍ଥା ନକରି ରାସ୍ତା ପାର୍ଶ୍ଵରେ ମନଇଛା ମାଳ ମାଳ ଫାଷ୍ଟ ଫୁଡ ଦୋକାନ ଖୋଲିବା ଦ୍ୱାରା ଦୋକାନକୁ ଆସୁଥିବା ଲୋକ ମାନେ ନିଜ ନିଜର ଛୋଟ ବଡ ଯାନ ଗୁଡିକୁ ଘଣ୍ଟା ଘଣ୍ଟା ରାସ୍ତା ପାର୍ଶ୍ଵରେ ଛିଡା କରୁଛନ୍ତି। ଫଳରେ ଅଧିକାଂଶ ସମୟ ବିଶେଷ କରି ସକାଳ ଓ ସଞ୍ଜ ସମୟରେ ଫାଷ୍ଟଫୁଡ ଦୋକାନର ସମ୍ମୁଖ ରାସ୍ତା ଜାମ ରହି ଯାନ ଦୁର୍ଘଟଣାର ଆଶଙ୍କା ଲାଗିରହୁଛି। ସେହିଭଳି ଫାଷ୍ଟଫୁଡ ଦୋକାନ ଗୁଡିକ ସାଙ୍ଗକୁ ଅନ୍ୟାନ୍ୟ ଦୋକାନ ଯଥା -ତେଜରାତି, ଆମିଷ, ଜଳଖିଆ, ପରିବା, ପାନ ପ୍ରଭୂତି ଦୋକାନ ଗୁଡିକ ମଧ୍ୟ ପାର୍କିଂ ର ବ୍ୟବସ୍ଥା ନକରି ଖାଲି ଦୋକାନର ପସରା ମେଲାଇ ଥିବାରୁ ରାସ୍ତା ଗୁଡିକ ସବୁବେଳେ ଗହଳି ଲାଗିରହି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି।