ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିକାଶକୁ ଅଣଦେଖା କରିବା ଓ ଦାରିଦ୍ର୍ଯ ହଟାଓ ନେଇ କେବଳ ନାରା ଲଗାଇବାକୁ ନେଇ ପୂର୍ବ ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ୨୦୧୪ରୁ ସେ ଗ୍ରାମୀଣ ଭାରତର ସେବାରେ ଲାଗିଛନ୍ତି । ଏବଂ ଏହାର ଫଳ ସ୍ୱରୂପ ଆଜି ଗ୍ରାମୀଣ ଭାରତରେ ଗ୍ରାମୀଣ ଦାରିଦ୍ର୍ଯତା ୫ ପ୍ରତିଶତ ତଳକୁ ଆସିଛି ।
ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ରେ ଶନିବାର ଗ୍ରାମୀଣ ଭାରତ ମହୋତ୍ସବ -୨୦୨୫ ର ଉଦଘାଟନ ପରେ ନିଜ ଅଭିଭାଷଣରେ କହିଥିଲେ ଯେ, ଗ୍ରାମୀଣ ଭାରତ ମହୋତ୍ସବ ସହିତ ବର୍ଷର ଶାନଦାର ଆରମ୍ଭ ଭାରତର ବିକାଶ ଯାତ୍ରାକୁ ଦର୍ଶାଉଛି ଏବଂ ଏହା ଏକ ବିଶିଷ୍ଟ ପରିଚୟ ତିଆରି କରୁଛି । ଏହି କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ରାଷ୍ଟ୍ରିୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ଼) ଏବଂ ଅନ୍ୟ ଯୋଗଦାନକର୍ତା ମାନଙ୍କୁ ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ଏସବିଆଇର ରିପୋର୍ଟର ଦ୍ୱାହି ଦେଇ କହିଥିଲେ ଯେ, କାଲି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଢିଆର ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁସାରେ ୨୦୧୨ ରେ ଭାରତରେ ଗ୍ରାମୀଣ ଦାରିଦ୍ର୍ୟତା ପ୍ରାୟ ୨୬ ପ୍ରତିଶତ ଥିଲା । ଯେତେବେଳେ କି, ୨୦୨୪ ରେ ଗ୍ରାମୀଣ ଦାରିଦ୍ର୍ୟତା ହ୍ରାସ ପାଇ ୫ ପ୍ରତିଶତରୁ କମ୍ ହୋଇଛି ।
Related Stories
January 6, 2025