ଭୁବନେଶ୍ୱର – ଆସନ୍ତା ୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରିରେ ମାଘ ସପ୍ତମୀ ମେଳା ହେବ । ଏଥିପାଇଁ ବିଏମସି ପକ୍ଷରୁ ସମସ୍ତ ପ୍ରକାରର ସୁବିଧା କରାଯିବା ସହ ପୋଲିସ ପକ୍ଷରୁ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଉଭୟେ ବିଏମସି ଏବଂ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଏହି କୁମ୍ଭମେଳା କିପରି ଭାବରେ ସୂଚାରୁ ରୂପେ ଚାଲିବ ସେଥିନେଇ ବିଏମସିର ଏକ ପ୍ରସ୍ତୁତି ବୈଠକ ଅନୁÂିତ ହୋଇଥିଲା । ଏହି ଆଲୋଚନାରେ ବିଏମସି ପକ୍ଷରୁ ଫାଷ୍ଟ ଏଡ଼୍ର ସୁବିଧା, ପାନୀୟ ଜଳ, ପ୍ରସ୍ତୁତି ଖାଦ୍ୟ ପଦାର୍ଥର ତନଖି, ଅସ୍ଥାୟୀ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯାତ୍ରାପାର୍ଟିମାନଙ୍କର ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।