ଭୁବନେଶ୍ୱର- ରାଜ୍ୟରେ ଥିବା ସବୁ ବେସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଗୁଡ଼ିକର ଗଭର୍ଣ୍ଣିଂ ବଡିକୁ ଆଜି ଭାଙ୍ଗି ଦିଆଯାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଜିଲ୍ଲା ସଦର ମହକୁମାରେ ଥିବା ଉକ୍ତ କଲେଜ ଗୁଡ଼ିକର ଗଭର୍ଣ୍ଣିଂ ବଡ଼ିରେ ଅତିରିକ୍ତ ଜିଲ୍ଲାପାଳ ସଭାପତି ରହିବେ ଏବଂ ସଦର ମହକୁମା ବାହାରେ ଥିବା କଲେଜ ଗୁଡ଼ିକର ଗଭର୍ଣ୍ଣିଂବଡ଼ିରେ ଉପଜିଲ୍ଲାପାଳ ସଭାପତି ରହିବେ । ସଦର ମହକୁମାରେ ଯଦି ଏକାଧିକ ଅତିରିକ୍ତ ଜିଲ୍ଲାପାଳ ରହିଥାନ୍ତି ତାଙ୍କ ମଧ୍ୟରୁ ଜଣଙ୍କୁ ଜିଲ୍ଲାପାଳ ଦାୟିତ୍ୱରେ ରଖିପାରିବେ ବୋଲି କୁହାଯାଇଛି । ପରବର୍ତୀ ନିଦେ୍ର୍ଧଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାମାନେ ଉକ୍ତ ଦାୟିତ୍ୱରେ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
Related Stories
December 14, 2024