![](https://indokalingtimes.com/wp-content/uploads/2020/01/a53ecf903745d384a45ae6accffebe6447c8088c6ae3e4a0741a55aa94012579_1-1.jpg)
![](https://indokalingtimes.com/wp-content/uploads/2020/01/a53ecf903745d384a45ae6accffebe6447c8088c6ae3e4a0741a55aa94012579_1-1-190x300.jpg)
ମହାସଂଘ ପକ୍ଷରୁ ଶୁକ୍ରବାର ମ୍ୟୁଜିୟମ ଛକଠାରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପାଇକ ଆଖଡ଼ା ଦଳମାନେ ନିଜର ପାରମ୍ପରିକ ପରିପାଟି ଓ ହାତରେ ଖଣ୍ଡା, ଢାଲ, ମୁଦ୍ଗର, ବନାଟି, ପଟ୍ଟାବାଡ଼ି, କଟିଛୁରୀ, ବର୍ଚ୍ଛା, କୁନ୍ତ, ଅସ୍ତ୍ରଶସ୍ତ୍ର ଧରି ସାମରିକ ବୀର ବାଦ୍ୟରେ ମହାନାୟକ ବକ୍ସି ଜଗବନ୍ଧୁଙ୍କୁ ସଲାମୀ ପ୍ରଦାନ କରିଥିଲେ । ବକ୍ସି ଜଗବନ୍ଧୁ ପାଇକମାନଙ୍କରକ ଅସ୍ମିତା ଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ ପାଇକମାନଙ୍କୁ ଆହ୍ୱାନ ଜଣାଇଥିଲେ । ରାଜ୍ୟ ସଂଯୋଜକ ପାଇକ ବିଶାରଦ କେଦାର ଦାସ, ବକ୍ସିଙ୍କ ପାଇକ ମେଳି ଓ ନିସ୍କର ଜମିରେ ଇଂରେଜର ପାଇକ ମାରଣ ନୀତି ଉପରେ ପାଇକମାନଙ୍କ ସମୁଖ ଯୁଦ୍ଧ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ ବକ୍ସିଙ୍କ ଆଦର୍ଶକୁ ପାଇକମାନେ ଅନୁସରଣ କରିବା ସହିତ ରାଜ୍ୟ ସରକାର ପାଇକ ଏକାଡ଼େମୀ ଗଠନ କରିବାକୁ ଦାବି ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ବର୍ଷିୟାନ ପାଇକଗୁରୁ ଭାସ୍କର ସୁନ୍ଦରାୟ, ପୁରୀ ଜିଲ୍ଲା ଗଡ଼ଦୋକନ୍ଦା ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ଚିଲିକା ପାଇକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ସଭାପତି ରଞ୍ଜନ ବିଶୋଇ, ଢେଙ୍କାନାଳ ଜିଲ୍ଲା ପାଇକ ମହାସଂଘ ଉପସଭାପତି ହାପି ଗଡ଼ନାୟକ, ସୁକାନ୍ତ ଷଣ୍ଢ, ଆଇନ୍ଜୀବୀ ଅକ୍ଷୟ କୁମାର ସେଠୀ ପ୍ରମୁଖ ଯୋଗଦାନ କରିଥିଲେ ।