ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ଭୁତିଆରବାହାଲଠାରେ ଜିଲ୍ଲା ଗୃହୀ ବୈଷ୍ଣବ ସମାଜର ଏକ ବୈଠକ ଶ୍ରୀ ରବିରାମ ଦାଶଙ୍କ ଅଧ୍ୟକ୍ଷତାରେ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବୈଷ୍ଣବ ସମାଜର ସୁବିଧା ଅସୁବିଧା ଆଲୋଚନା ପରେ ନୂତନ ଜିଲ୍ଲା କମିଟି ଗଠନ କରାଗଲା। ଭାଗିରଥି ଦାଶ ସଭାପତି, ନରେନ୍ଦ୍ର କୁମାର ଦାଶ ଉପସଭାପତି, ରାମମୋହନ ଦାଶ ସଂପାଦକ, ସରୋଜ ଦାଶ ସହ ସଂପାଦକ ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ଦାଶ ମନୋନୀତ ହୋଇଥିଲେ।
ତତ୍ପରେ ବିଭିନ୍ନ ବ୍ଲକର ପ୍ରତିନିଧିଗଣଙ୍କୁ ମନୋନୀତ କରାଯାଇଥିଲା । ଏହି କ୍ରମରେ ଯୋଗୀନ୍ଦ୍ର ଦାଶ ଆଗଲପୁର , ଚନ୍ଦନ ଦାଶ ଲୋଇସିଂହା , ସୁରଥ ଦାଶ ପୁଇଁନ୍ତଲା , ନିଶାନ୍ତ କୁମାର ଦାଶ ଦେଓଗାଁ , ଶୁକଦେବ ଦାଶ ସଇଁନ୍ତଳା , ସରୋଜ କୁମର ଦାଶ ବଙ୍ଗୋମୁଣ୍ଡା , କ୍ଷୀର ସିନ୍ଧୁ ଦାଶ ତୁରେକେଲା, ସିଦ୍ଧେଶ୍ୱର ଦାଶ ମୁରିବାହାଲ , ସଂଜିତ କୁମାର ଦାଶ ପାଟଣାଗଡ଼, ଟିକେଲାଲ୍ ଦାଶ ବେଲପଡା ଓ ରବିରାମ ଦାଶ ବଲାଙ୍ଗିର ବ୍ଲକର ପ୍ରତିନିଧି ରୂପେ ମନୋନୀତ ହୋଇଥିଲେ। ଶେଷରେ ମିଡ଼ିଆ ସଂଯୋଜକ ଭାବେ ପ୍ରବୀଣ କୁମାର ଦାଶ, ଆଇନ୍ ପରାମର୍ଶଦାତା ଭାବେ ପ୍ରଶାନ୍ତ କୁମାର ଦାଶ ଓ ଅଶୋକ କୁମାର ଦାଶଙ୍କୁ ସର୍ବସମ୍ମତିକ୍ରମେ କରାଯାଇଥିଲା ।
Related Stories
December 22, 2024