ଭୁବନେଶ୍ୱର,ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଦ୍ମଶ୍ରୀ ସମ୍ମାନିତ ତୁଳସୀ ଗୌଡ଼ାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି, “ପଦ୍ମଶ୍ରୀ ‘ବୃକ୍ଷ ମାତା’ ଶ୍ରୀମତୀ ତୁଳସୀ ଗୌଡ଼ା ଜୀଙ୍କ ନିଧନରେ ଗଭୀର ଦୁଃଖିତ। ସେ କର୍ଣ୍ଣାଟକର ଏକ ସମ୍ମାନିତ ପରିବେଶବିଦ ଏବଂ ପ୍ରକୃତିର ସତ୍ୟ ସଂରକ୍ଷକ। ପରିବେଶ ସଂରକ୍ଷଣ ପ୍ରତି ସେ ଆଜୀବନ ଅଦମ୍ୟ ସମର୍ପଣ କରିଥିଲେ ଏବଂ ଭାରତର ସମୃଦ୍ଧ ଜୈବ ବିବିଧତା ସଂରକ୍ଷଣରେ ତାଙ୍କ ଅମୂଲ୍ୟ ଅବଦାନ ରହିଛି। ମହାପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ଓ ମୋକ୍ଷ ଦାନ କରନ୍ତୁ।”
Related Stories
January 21, 2025