
ଗଂଜାମ– ଗଂଜାମ ଜିଲାରେ ମନ୍ଦିର ଚୋରି ଘଟଣା ଉପରେ ରୋକ ଲାଗୁନି କିମ୍ବା ଚୋର ଧରାପଡୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଗତକାଲି ରାତିରେ କବିସୂର୍ଯ୍ଯନଗର ଥାନାର ଆଠଗଡ ପାଟଣା କନକଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଦୁର୍ବୁତ ମାନେ ମାଙ୍କ ପୁରାତନ ଅଷ୍ଟଧାତୁରେ ନିର୍ମିତ କନକଦୁର୍ଗା ମୂର୍ତ୍ତି ସହ ଅନ୍ୟ ୯ଟି ମୂର୍ତ୍ତି ଚୋରୀ କରିନେଇଛନ୍ତି। କବିସୂର୍ଯ୍ଯ ନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।