
ପୁରୀ- ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଏକ ରକ୍ତଦାନ ଶିବିର ଜହ୍ନିମୁଣ୍ଡିଆ ଛକ ପେଣ୍ଠଘର ଠାରେ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସଂଘ, ସମର୍ପଣ ଓ ବୈଶ୍ୟ ଯୁବକ ସଂଘର ମିଳିତ ସହଯୋଗରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ । ଶିବନାରାୟଣ ସେନାପତି, ଜୟଦେବ ନାୟକ, କୁଷ୍ଣଚନ୍ଦ୍ର ପାତ୍ର, ବିଭୁଦତ ସୁବୁଦ୍ଧି, ବଦ୍ରି ମିଶ୍ର, ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।
ଏହି ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସୌମ୍ୟରଞ୍ଜନ ପାତ୍ର, କେଦାରନାଥ ମହାପାତ୍ର, ସୀତାରାମ ସେନାପତି, ରମାନନ୍ଦ ମହାପାତ୍ର, ଦୀପକ ପାତ୍ର, ସାଗରିକା ରଥ, ରୋଜାଲିନ୍ ପଣ୍ଡା, ସତ୍ୟପାତ୍ର, ପ୍ରିୟଙ୍କା ପାତ୍ର, ରାନୀ ପ୍ରଧାନ, ସତ୍ୟନାରାୟଣ ସାହୁ, ଗୋବିନ୍ଦ ପାତ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
୮ବର୍ଷ ବିବାହ ବାର୍ଷିକୀ ଉପଲକ୍ଷେ ଦମ୍ପତି ଜଗନ୍ନାଥ ପାତ୍ର ଓ ଉଷାରାଣୀ ପାତ୍ର ଓ ସେହିପରି ସରୋଜକାନ୍ତି ସାହୁ ଓ ସଦାନନ୍ଦ ସାହୁ ଉଭୟେ ଏହି ଦାନରେ ସାମିଲ ହୋଇ ସ୍ୱେଚ୍ଛାକୃତଭାବେ ରକ୍ତଦାନ କରିଥିଲେ । ଏହି ଶିବିରକୁ ବ୍ଲଡବ୍ୟାଙ୍କ ଅଧିକାରୀ ଦୀପକ ସାହୁ, ସଂଗଠକ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ପରିଚାଳନା ଓ ସଂଯୋଜନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO