

ଜିଲ୍ଲାର ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଅନ୍ତର୍ଗତ ମଣିପୁର ଗ୍ରାମଠାରେ ଥିବା ଆଦର୍ଶ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅନିଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦେରା କୁଜୁର, ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଗାହାଣ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଶିକ୍ଷା ଓ ଶୃଙ୍ଖଳା ଦିଗରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ । ସଭା କାର୍ଯ୍ୟ ପରେ ବିଦ୍ୟାର୍ଥୀଙ୍କୁ ପୁରସ୍କାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।