
ବୌଦ୍ଧ- ଆଦର୍ଶ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଓ ଶୃଙ୍ଖଳିତ ପରିବେଶ ଅନ୍ୟ ବିଦ୍ୟାଳୟ ଗୁଡିକ ପାଇଁ ଉଦାହରଣ ହୋଇପାରିଲେ ଏହାର ନାମ ଓ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ରାଜ୍ୟରେ ଏତେ ବିଦ୍ୟାଳୟ ରହିଥିବାବେଳେ ସରକାର ଆଦର୍ଶ ବିଦ୍ୟାଳୟ ଖୋଲି ସାରା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି । ତେଣୁ ବିଦ୍ୟାର୍ଥୀ ମାନେ ମଧ୍ୟ ଏହି ଲକ୍ଷ୍ୟ ସାଧିତ ପାଇଁ ବ୍ରତୀ ହେବା ଉଚିତ ବୋଲି ଅତିଥିମାନେ ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଥିଲେ ।
ଜିଲ୍ଲାର ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଅନ୍ତର୍ଗତ ମଣିପୁର ଗ୍ରାମଠାରେ ଥିବା ଆଦର୍ଶ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅନିଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦେରା କୁଜୁର, ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଗାହାଣ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଶିକ୍ଷା ଓ ଶୃଙ୍ଖଳା ଦିଗରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ । ସଭା କାର୍ଯ୍ୟ ପରେ ବିଦ୍ୟାର୍ଥୀଙ୍କୁ ପୁରସ୍କାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO