ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି। ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି। ଯେଉଁ ଚାଷୀମାନେ ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି, ସେମାନଙ୍କୁ ଏହି ଟଙ୍କା ମିଳିଛି। ବରଗଡ଼ ଜିଲ୍ଲା ସୋହେଲାର ଇଚ୍ଛାପାଲି ପଡ଼ିଆଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶର ମଞ୍ଚରେ ୧୩ଜଣ ଚାଷୀଙ୍କୁ ୮୦୦ ଟଙ୍କାର ବୋନସ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଥାରେ ନୁହେଁ କାମରେ ବିଶ୍ବାସ କରେ ଲୋକଙ୍କ ସରକାର।
ରାଜ୍ଯର ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ କରାଯାଇଛି। ଯାହାଫଳରେ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀ ଭାଇ ଓ ଭଉଣୀମାନେ ସେମାନଙ୍କ ଟଙ୍କା ଡିବିଟ ଜରିଆରେ ପାଇପାରିବେ। ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲି। ଆଜିର ଦିନଟି ସମଗ୍ର ଓଡ଼ିଶା ପାଇଁ ଏକ ଐତିହାସିକ ଦିନ, ବିଶେଷ କରି କୃଷି ଓ କୃଷକଙ୍କ ପାଇଁ ଦିନଟି ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଭାଇଙ୍କ କଲ୍ଯାଣ ପାଇଁ, ସେମାନଙ୍କ ପରିଶ୍ରମକୁ ସମ୍ମାନ ଜଣାଇ ଆଜି ପ୍ରକୃତ ମୂଲ୍ୟ ପ୍ରଦାନ କରିବା ପାଇଁ ଲୋକଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏହି ପବିତ୍ର ମାଟିରେ ରାଜ୍ଯର କୃଷକଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଏବଂ ୮୦୦ ଟଙ୍କାର ଇନପୁଟ ସହାୟତା ସହ କୁଇଣ୍ଟାଲ ପିଛା ସର୍ବମୋଟ ୩୧୦୦ ଟଙ୍କା ପ୍ରଦାନ କରାଯାଇଛି। ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀ ଭାଇ ଓ ଭଉଣୀମାନେ ଡିବିଟ ଜରିଆରେ ପାଇପାରିବେ।
ଚାଷୀଙ୍କୁ ନ୍ୟାୟ ଦେବା, ସଶକ୍ତ କରିବା ସହ ଆର୍ଥିକ ସମୃଦ୍ଧି ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ତତ୍ବାବଧାନରେ ଲୋକଙ୍କ ସରକାର ଦ୍ଵାରା ତାହା ଆଜି ପୂରଣ ହୋଇଛି। ଆମ ସରକାର କଥାରେ ନୁହେଁ କାମରେ ବିଶ୍ବାସ କରେ ତେଣୁ ସରକାର ଆସିବାର ମାତ୍ର ୬ ମାସ ମଧ୍ୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇଛି। ରାଜ୍ଯରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ଵଚ୍ଛ କରିବା ସହ କଟନିଛଟନି ଏବଂ ଦଲାଲ ମୁକ୍ତ ଧାନ ସଂଗ୍ରହକୁ ସୁନିଶ୍ଚିତ କରାଯାଉଛି। ଏଆଇଏବଂ ସିସିଟିଭି, ଏନ୍ଫୋର୍ସମେଣ୍ଟ ଟିମ୍ ଦ୍ଵାରା ବ୍ୟବସ୍ଥା ଉପରେ ନଜର ରଖାଯାଉଛି। ଚାଷୀଙ୍କ ସୁବିଧା ଏବଂ ସମସ୍ଯାର ସମାଧାନ ପାଇଁ ଟ୍ରୋଲ ଫ୍ରି ନମ୍ବର (୧୯୬୭) ମଧ୍ୟ ଜାରି କରାଯାଇଛି। ଯଦି କେଉଁ ସ୍ଥାନରୁ ଅଭିଯୋଗ ଆସେ ତେବେ ସେଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏଥିରେ ସରକାର କୌଣସି ପରିସ୍ଥିତିରେ ସାଲିସ କରିବେ ନାହିଁ।
ରାଜ୍ୟ ହସିବାକୁ ହେଲେ ପ୍ରଥମେ କୃଷକଙ୍କୁ ହସିବାକୁ ପଡିବ। ତେଣୁ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ଯରେ ‘ସମୃଦ୍ଧ କୃଷକ ଯୋଜନା’, ‘ସିଏମ କିଷାନ ଯୋଜନା’, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଭଳି ଅନେକ କୃଷକ କଲ୍ୟାଣକାରୀ ଯୋଜନା ସହ ଓଡିଶାର କୃଷକ ସମାଜର ମଙ୍ଗଳ ପାଇଁ ଚଳିତ ବର୍ଷ ରେକର୍ଡ ୩୩ ହଜାର ୯ ଶହ ୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚାଷ ଏବଂ ଚାଷୀଙ୍କ ପାଇଁ ସମର୍ପିତ ଲୋକଙ୍କ ସରକାର ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।