ଏକ ସ୍କର୍ପିଓରେ ଝରାଡ଼ି ଅଞ୍ଚଳରୁ ଏକ ରୋଗୀକୁ କଟକ ବଡ ମେଡ଼ିକାଲକୁ ପରିବାରର ତିନି ଜଣ ସଦସ୍ୟ ନେଉଥିବା ବେଳେ କରଞ୍ଜିଆ କୁଡୁମା ନିକଟରେ ଦୁର୍ଘଟଣା ଘଟିଥିଲା । ସ୍କର୍ପିଓଟି ଦ୍ରୁତ ଗତିରେ ଆସି ଏକ ଗଛରେ ବାଡେଇ ହେବା ଫଳରେ ଚିକିତ୍ସା ନିମନ୍ତେ କଟକ ଯାଉଥିବା ଧନପୋତି ବେହେରା ନାମକ ଜନୈକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ନିମନ୍ତେ ପରାମର୍ଶ ଦେଇଛନ୍ତି ଡ଼ାକ୍ତର । ଦୁର୍ଘଟଣାଟି ବିଳମ୍ବିତ ରାତିରେ ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା । ଦୁର୍ଘଟଣା ପରେ ସ୍କର୍ପିଓରେ ଯାଉଥିବା ଚାରି ଜଣ ଯାକ ଗାଡି ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲେ । ଯାହା ଫଳରେ ଜୈନେକ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ଖବର ପାଇ କରଞ୍ଜିଆ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡି ମଧ୍ୟରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ମୃତକଙ୍କ ଘର ତିରିଂ ଥାନା ଅନ୍ତର୍ଗତ ଝରାଡ଼ି (ବଡ଼ କେମଡ) ଗ୍ରାମରେ ବୋଲି ପରିଚୟ ମିଳିଛି ।
Related Stories
November 25, 2024