ଭୁବନେଶ୍ୱର – ଏଣିକି ସରକାରୀ ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟାପକମାନେ ଘରୋଇ ଭାବେ ଟ୍ୟୁସନ୍ କରିପାରିବେ ନାହିଁ । ଏଥିନେଇ ଖୁବ୍ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କଲେଜ ପରିଚାଳନା କମିଟିରେ ବିଧାୟକମାନେ ରହି ପାରିବେ ନାହିଁ । ଏସମ୍ପର୍କରେ ଆଗାମୀ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯିବ । ଫଳରେ କଲେଜ ପରି·ଳନା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଅ ।ସିପାରିବ ଓ ସୁଦୃଢ ହେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।
ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯଦି କୌଣସି ଅଧ୍ୟାପକ ଘରୋଇ କୋଚିଂ ଦେଉଥାନ୍ତି ତେବେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ ଉଚ୍ଚଶିକ୍ଷା କୋର୍ଡ ଅନୁଯାୟୀ କାର୍ଯ୍ୟାନୁÂାନ ନିଆଯିବ ।
ଅପରପକ୍ଷରେ କଲେଜ ପରିଚାଳନା ପରିଷଦରେ ଅଭିଭାବକଙ୍କ ସମେତ ଶିକ୍ଷାବିତ୍ ମାନଙ୍କୁ ସାମିଲ କରାଯିବ ।