
ଭୁବନେଶ୍ୱର -ଆସନ୍ତା ଫେବୃଆରୀ ୧୩ କିମ୍ବା ୧୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହା ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ ଶ୍ରୀ ଶାହା ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମ (ରିଜିଓନାଲ କାଉନସିଲ୍ ବୈଠକ)ରେ ଯୋଗ ଦେବାପାଇଁ ଧାର୍ଯ୍ୟ ହୋଇଥିଲା । ମାତ୍ର ଉକ୍ତ କାର୍ଯ୍ୟକ୍ରମ ଘୁଂଚିବାର ସମ୍ଭାବନା ରହିଥିବାରୁ ଶ୍ରୀ ଶାହା ଆସିନପାରନ୍ତି । ଫେବୃଆରୀ ୧୩ କିମ୍ବା ୧୪ ତାରିଖରେ ଉକ୍ତ କାର୍ଯ୍ୟକ୍ରମର ସମ୍ଭାବନା ରହିଛି । ଏହି ସରକାରୀ କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ବୋଲି ସେ କହିଛନ୍ତି ।