ଭୁବନେଶ୍ୱର – ନୌସେନା ଦିବସର ସୁଯୋଗରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୌସେନାର ଜବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ଭାରତୀୟ ନୌସେନା ଦିବସର ସୁଯୋଗରେ ଜଳସୀମାର ପ୍ରହରୀ ମାନଙ୍କୁ ଓ ସେମାନଙ୍କର ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି। ଭାରତୀୟ ନୌସେନା ସାହସ, ସମର୍ପଣ, କର୍ତ୍ତବ୍ୟନିଷ୍ଠା ଓ ନିଷ୍ଠାର ପ୍ରତୀକ।
ଭାରତୀୟ ନୌସେନାର ଶୂରବୀରମାନେ ସବୁବେଳେ ଦେଶର ମସ୍ତକକୁ ଉଚ୍ଚ କରିଛନ୍ତି। ଏହି ଦେଶ ଭାରତୀୟ ନୌସେନାର ସେବା, ସଜାଗତା ଓ ବଳିଦାନ ପାଇଁ ସଦା ଋଣୀ ରହିବ।
Related Stories
January 13, 2025
January 13, 2025