

ବାରିପଦା- “ରକ୍ତଦାନ କରନ୍ତୁ, ଅନ୍ୟର ଜୀବନ ବଂଚାନ୍ତୁ” ଓ ‘ରକ୍ତଦାନ ମହାପୂର୍ଣ୍ଣ୍ୟ’ ସ୍ଲୋଗାନ ନେଇ ଆମ ଓଡ଼ିଶା ସଂଗଠନ ପକ୍ଷରୁ ଜାନୁଆରୀ ୨୩ ତାରିଖ ପବିତ୍ର ସୁବାଷ ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ବାରିପଦା ପୌରପରିଷଦର ବାଘଡ଼ାରୋଡ଼ରେ ଥିବା ସାଇ ଯୁକ୍ତ ୩ ଡ଼ିଗ୍ରୀ ମହାବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବର ଆୟୋଜିତ ହୋଇଯାଇଛି । ବାରିପଦା ପିଆରଏମ ମେଡ଼ିକାଲ କଲେଜରେ ରୋଗୀମାନଙ୍କର ରକ୍ତର ଆବଶ୍ୟକତାକୁ ପୂରଣ କରାଇବା ନିମନ୍ତେ ଆୟୋଜିତ ଏହି ଶିବିରରେ ମୋଟ୍ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ସାଇ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅମିୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଇ ଡ଼ିଗ୍ରୀ ମହାବିଦ୍ୟାଳୟର ପ୍ରିନ୍ସିପାଲ ରାଜୀବ ଲୋଚନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଭାଇସ-ପ୍ରିନ୍ସିପାଲ ମୁକ୍ତିକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ସାମ୍ବାଦିକ ରାଜକିଶୋର ଦାଶ ମଂଚ ପରିଚାଳନା ଓ ସାମ୍ବାଦିକ ଦୋଳଗୋବିନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ଶୁଭାରମ୍ଭ କରିବା ସହ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରାଇଥିଲେ ।