ନୂଆଦିଲ୍ଲୀ– ଭାରତୀୟ ସେନା ଓ କମ୍ବୋଡିଆ ସେନା ମଧ୍ୟରେ ମିଳିତ ଟେବୁଲ ଟପ୍ ଅଭ୍ୟାସ ‘ସିନବାକ୍ସ’ ରବିବାର ପୁଣେର ବିଦେଶୀ ପ୍ରଶିକ୍ଷଣ ନୋଡରେ ଆରମ୍ଭ ହୋଇଛି । ଅଭ୍ୟାସର ଏହା ପ୍ରଥମ ସଂସ୍କରଣ ଡିସେମ୍ବର 8ଯାଏ ଚାଲିବ, ଯେଉଁଥିରେ ଉଭୟ ସେନାର 20-20 କର୍ମୀ ସାମିଲ ହେବେ । ଭାରତୀୟ ସେନାର ଟିମର ପ୍ରତିନିଧିତ୍ୱ ଇନଫେଂଟ୍ରି ବ୍ରିଗେଡର ଜବାନ କରୁଛନ୍ତି । ସିନବାକ୍ସର ଉଦ୍ଦେଶ୍ୟ ମିଳିତ ରାଷ୍ଟ୍ର ଚାର୍ଟରର ଅଧ୍ୟାୟ ସପ୍ତମ ଅନ୍ତର୍ଗତ ମିଳିତ ଆତଙ୍କବାଦ ବିରୋଧୀ ଅଭିଯାନର ଯୁଦ୍ଧଅଭ୍ୟାସ କରିବା ଅଟେ ।
ସେନା ମୁଖପାତ୍ରଙ୍କ ଅନୁସାରେ ଏହି ଅଭ୍ୟାସ ସଂଚାଳନର ଯୋଜନା ବ୍ୟତୀତ ଗୁଇନ୍ଦା, ନଜର ଓ ଟୋହି ପାଇଁ ମିଳିତ ପ୍ରଶିକ୍ଷଣ କାର୍ଯ୍ୟ ବଳର ସ୍ଥାପନା ସହିତ ସଂବନ୍ଧିତ ଚର୍ଚ୍ଚା ଉପରେ କେନ୍ଦ୍ରିତ ହେବ । ବିଭିନ୍ନ ଆକସ୍ମିକତା ଉପରେ ଯୁଦ୍ଧାଭ୍ୟାସ କରି ଉପପାରମ୍ପରିକ ସଂଚାଳନରେ ସୈନ୍ୟ ବଳର ଉପଯୋଗ ଉପରେ ବି ଚର୍ଚ୍ଚା ହେବ । ଅଭ୍ୟାସ ସମୟରେ ସୂଚନା ସଂଚାଳନ, ସାଇବର, ଯୁଦ୍ଧ, ହାଇବ୍ରିଡ ଯୁଦ୍ଧ, ରସଦ ଓ ହତାହତ ପ୍ରବନ୍ଧନ, ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟରେ ସଂଚାଳନ ଆଦି ଉପରେ ବି ଚର୍ଚ୍ଚା ସାମିଲ ହେବ ।