
ଝାରସୁଗୁଡା-:ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଚାଇଲଡ଼ ଲାଇନ ତରଫରୁ ଜିଲ୍ଲା ସ୍ତରୀୟ ଶିଶୁ ଆଧିକାର ସମ୍ପର୍କୀତ ଏକ ସ୍ୱଚ୍ଛତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁପ୍ରଭା ସେଠ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ। ଆନନ୍ଦିନୀ ପାଢ଼ୀ,ଜିଲ୍ଲା ଶ୍ରମ ଅଧିକାରୀ କୃଷ୍ଣ ମୋହନ ରାଉତ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ଵଦର୍ଶୀ ସାହୁ ଯୋଗଦେଇଥିଲେ।ଚାଇଲଡ଼ ଲାଇନ ର ସଦସ୍ୟ ରାଧେଶ୍ୟାମ ନାଏକ ସ୍ୱାଗତ ଭାଷଣ ଦେଇଥିଲେ। ଚାଇଲଡ଼ ଲାଇନର ସଂଯୋଜକ ଆଶିଷ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଶିଶୁ ମାନଙ୍କ ଉପରେ ସମସ୍ତେ ଯଦି ସୁଚିନ୍ତା ,ତାଙ୍କର ମଙ୍ଗଳ ଓ ତାଙ୍କର ଉଚିତ ଦେଖାଶୁଣା କଲେ ଶିଶୁମାନଙ୍କର ଭଲ ହେବାସହ ଏକ ସୁସ୍ଥ ସମାଜ ଓ ଦେଶ ଗଠନ ହୋଇପାରିବ ବୋଲି ଉପସ୍ଥିତ ଆତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଶିଶୁ ସୁରକ୍ଷା ଉପରେ କରାଯାଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର ଜୁନିୟର ବର୍ଗରେ ଡେବାଡ଼ିହି ଆଶ୍ରମ ସ୍କୁଲର ରାହୁଲ ହାଜଦା ପ୍ରଥମ ସ୍ଥାନ,ମୁସ୍କାନ ଓରାମ ଦିତୀୟ,ଡେବାଡ଼ିହି ଗଣେଶ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମନୀଷା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ସିନିୟର ବର୍ଗରେ ଡେବାଡ଼ିହି ଆଶ୍ରମ ସ୍କୁଲର ହେମନ୍ତ କିଷାନ ପ୍ରଥମ ସ୍ଥାନ ,ଗଣେଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର କୁମକୁମ ବନଛୋର ଦୂତୀୟ ,ଏବଂ ଡେବାଡ଼ିହି ଉଚ୍ଚ ବିଦ୍ୟାଳୟ ର କୁଶଳ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ,ଶିଶୁଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା,ସଖୀର କାର୍ଯ୍ୟକର୍ତା ,ପାରା ଲିଗାଲ ସ୍ବେଚ୍ଛାସେବୀ,ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା,ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।ଚାଇଲଡ଼ ଲାଇନର ସଦସ୍ୟ ଟିକେଶ୍ୱରୀ ପଟେଲ,ରଜତ ବିହାରୀ ମିଶ୍ର, ସତୀଶ ଚନ୍ଦ୍ର ମିଶ୍ର,ଶୁଭଶ୍ରୀ ସାହୁ,ଜୋସନା ପ୍ରଧାନ,ଉର୍ମିଳା ପଟେଲ,ସଂଗୀତା ସ୍ୱାଇଁ,ବିଶ୍ୱଜିତ ପଟେଲ,କୂଳଦୀପ ପଟେଲ,ଅଧିକାରୀ ନାଏକ,ଯସଲକ୍ଷ୍ମୀ ସାହୁ,ସିବାନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO