
ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଳକ ପିପଳିଢିହ ଗ୍ରାମର ନାବାଳିକାକୁ ଅପହରଣ କରିବା ପରେ ୪ ଦିନ ପରେ ତାଙ୍କ ମୁମୂଷ ଅବସ୍ଥାରେ ରାସ୍ତାରେ ଛାଡି ଦେଇ ଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡିତା ନାବାଳିକାଟି ଯାଜପୁର ସୁଖୀଗୃହରେ ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ ହୋଇ ଆଜି ସୁସ୍ଥ ହୋଇ ଫେରିବା ପରେ ସେ ସବୁ କଥା ଗୁମର ଖୋଲି ଦେଇଛି । ତାଙ୍କୁ ନିଶା ଔଷଧ ଦେଇ ତାହା ସହିତ ଶରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଇଥିବା ବେଳେ ପୀଡିତା ଜଣକ ଦୁଷ୍କର୍ମ ହୋଇଥିବାର ଅନୁମାନ କରିଛନ୍ତି । ଏଭଳି ଘଟଣା ପ୍ରଘଟ ହେବା ପରେ ଜିଲାର ଧର୍ମଶାଳା ବ୍ଲକରେ ବାରମ୍ବାର ଏଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଅପରାହ୍ନରେ କଂଗ୍ରେସର ଏକ ପ୍ରତିନିଧି ଦଳ ପୀଡିତାଙ୍କ ଘରେ ପଂହଚି ତଦନ୍ତ କରି ଫେରିଯାଇଥିବା ଜଣାପଡିଛି । ଏଥିରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦିପ ମାଝି,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ,ଜିଲା ସଭାପତି ମନୋଜ ରାଉତ, ଧର୍ମଶାଳା କଂଗ୍ରେସ ମହିଳା ନେତ୍ରୀ ସ୍ମୃତିରେଖା ପହି, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ବରୀ ଯୁବନେତା ଉମେଶ ଜେନା, ଧର୍ମଶାଳାର ଯୁବନେତା ମାନସ ରଂଜନ କର, ଜିଲା ସମ୍ପାଦକ ଇଂ ଅମ୍ରେଶ ପରିଡାଙ୍କ ସମତେ ବହୁ କଂଗେସ ନେତା ଓ ନେତ୍ରୀ ପଂହଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ପରେ ସନ୍ଧ୍ୟାରେ ବିଜେପିର ଏକ ପ୍ରତିନିଧି ଦଳର ପୀଡିତା ଘରେ ପଂହଚି ତଦନ୍ତ ଚଳାଇଛନ୍ତି । ଲେଖାଶ୍ରୀ ସମାନ୍ତସିଂହାରଙ୍କ ସମେତ ଭାଜାପାର ବହୁ ନେତା ଓ ଦଳୀୟ କର୍ମୀ ଉପସ୍ଥିତ ରହି ପୀଡିତାଙ୍କ ଆଲୋଚନା କରି ପେରିଛନ୍ତି । ଏହି ଘଟଣାକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO