ପୁଂଛ– ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାରେ ସୁରକ୍ଷାବଳ ଆତଙ୍କବାଦୀ ଠିକଣାର ପର୍ଦ୍ଦାଫାଶ କରିଛନ୍ତି । ଏଠାରେ ଗୋଳା ବାରୁଦ ତଥା ଅନ୍ୟ ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି ।
ଅଧିକାରୀଙ୍କ ମୁତାବକ ଶୁକ୍ରବାର ମେଂଢର ଅଂଚଳର ମନକୋଟ ସେକ୍ଟରରେ ସୁରକ୍ଷାବଳ ମିଳିତ ଭାବେ ତଲାସୀ ଅଭିଯାନ ଚଳାଇଥିଲେ । ଏହି ସମୟରେ ସୁରକ୍ଷାବଳ ଏକ ଆତଙ୍କବାଦୀ ଠିକଣା ଖୋଜିଥିଲେ । ଏଠାରୁ ଦୁଇଟି ଆଇଇଡି, ଆରଡିଏକ୍ସ, ଗୋଟିଏ ବ୍ୟାଟେରୀ ଓ ଅନ୍ୟ ସନ୍ଦିଗ୍ଧ ସାମଗ୍ରୀ କରିଥିଲେ । ସୁରକ୍ଷାବଳ ଗୋଳା ବାରୁଦ ଓ ଅନ୍ୟ ସନ୍ଦିଗ୍ଧ ସାମଗ୍ରୀ ମଧ୍ୟ କବଜା କରି ଆତଙ୍କବାଦୀ ଠିକଣା ଧ୍ୱସ୍ତ କରିଦେଇଛନ୍ତି । ଅଂଚଳରେ ତଲାସୀ ଅଭିଯାନ ଜାରି ରହିଛି ।