ଭୁବନେଶ୍ୱର– ଆଜି ରାଜଧାନୀ ଭୁବନେଶ୍ୱରରେ ବିଦ୍ୟାଳୟଗୁଡ଼ିକ ଅପରାହ୍ଣ ୧ଟା ଯାଏ ଚାଲିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦିନ ୧ଟା ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଟ୍ରାଫିକ କଟକଣା ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍ ଡେ’ ଘୋଷଣା କରାଯାଇଛି । ଠିକ୍ ସେହିପରି ଆଜିଠାରୁ ଡିସେମ୍ବର ୧ ତାରିଖ ଯାଏ ମୋ ବସ୍ ଚଳାଚଳରେ ବି କଟକଣା ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୁବନେଶ୍ବର ଗସ୍ତକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।
Related Stories
December 2, 2024