ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ଆସିବେ, ୬ମାସରେ ଆମେ ଓଡ଼ିଶା ପାଇଁ କ’ଣ କରିଛୁ ସେନେଇ ରିପୋର୍ଟ ନେବେ। କାରଣ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସମସ୍ତଙ୍କ ବିଭାଗରେ ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ମାନେ ନିଷ୍ଠାର ସହିତ କାମ କରିଛନ୍ତି । ଯେଉଁ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିବେ ଆମେ ସେ ବିଷୟରେ ଉତ୍ତର ଦେବୁ । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଫୋକସରେ ରଖିଛନ୍ତି । ଯାହା ପ୍ରଧାନମନ୍ତ୍ରୀ ପଚାରିବେ ତାର ଉତ୍ତର ଆମେ ଦେବୁ । ବିଗତ ଛଅ ମାସରେ ଆମେ ନୂଆ ସିଟି, ନୂଆ ରିଙ୍ଗ ରୋଡ, ସମସ୍ତ ଅର୍ବାନ୍ ଲୋକାଲ ବଡ଼ିରେ ଡ୍ରେନେଜ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଚାଲିଛି । ସବୁ ଟାଉନ୍ ପାଇଁ ଅମୃତ ସରୋବାରୋ କରାଯିବା ନେଇ ମଧ୍ୟ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଏ ସବୁ ବିଷୟରେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବୁ ବୋଲି ମନ୍ତ୍ରୀ କହିଛନ୍ତି।
Related Stories
December 12, 2024