ଭୁବନେଶ୍ବର: ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟରେ ଜାରି ରହିଥିବା ସୁଭଦ୍ରା ଯୋଜନାର ଯାଞ୍ଚ୍ ଶେଷ ହେବ।ଯାଞ୍ଚରେ ରିଜେକସନ୍ ତାଲିକାର ଯାଞ୍ଚ୍ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି। କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଳାରେ ଅଧିକ ଆବେଦନ ରିଜେକସନ୍ ହୋଇଛି। ଏବେ ଯେଉଁ ଜିଲ୍ଲାରେ କମ ରେଜିଷ୍ଟ୍ରେସନ ହୋଇଛି ବେଶୀ ରିଜେକ୍ସନ ହୋଇଛି ସେହି ସ୍ଥାନକୁ ଅଧିକ ଫୋକସ କରାଯାଉଛି। ଏବେ ମାଲକାନଗିରିରେ ଦୁଇଟି ବ୍ଲକର ଦୁଇଟି ପଂଚାୟତରେ ରିଜେକ୍ସନ ରିପୋର୍ଟ ଆସିଥିଲା, ସେଠାରେ କାଲିଠାରୁ ଟିମ ପହଂଚିଛନ୍ତି । ସିଡିପିଓଙ୍କ ଦାୟିତ୍ବରେ ଭେରିଫିକେସନ ଚାଲିଛି। ଆମେ 15 ଦିନ ଭିତରେ ଯାଞ୍ଚ ଶେଷ କରିବୁ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ। ମାଲକାନଗିରି , କୋରାପୁଟ , ଗଜପତି ଜିଲ୍ଲା ଗୁଡିକରେ ରିଜେକ୍ସନ ଅଧିକ ରହିଛି ଏଣୁ ସେଗୁଡିକ ଭେରିଫିକେସନ ହେଉଛି। ଯେଉଁମାନେ ପ୍ରଥମେ ଆବେଦନ କରିଥିଲେ ସେମାନଙ୍କର ସର୍ଭର ଡାଉନ ପାଇଁ ଅଟକିଥିଲା ହୁଏତ ଦ୍ୱିତୀୟ ଥର ଆବେଦନ କରି ନାହାନ୍ତି । ଏଣୁ ରିଜେକ୍ସନ ଅଧିକ ହୋଇଛି।ପ୍ରତି ଜିଲ୍ଲାରେ 5 ହଜାର ଲେଖାଏଁ ହେଲେ ଟାର୍ଗେଟ ହୋଇଯିବ । କୋଟିଏ 6 ଲକ୍ଷ ଆବେଦନ ହୋଇଛି । 22 ପ୍ରତିଶତ ଭେରୀଫିକେସନ ହୋଇଛି ବାକି ଜାରି ରହିଛି ଆହୁରି ଯେଉଁମାନଙ୍କୁ 21 ପୁରିଲା ସେମାନେ ବି ଆବେଦନ କଲେ ପାଇବେ ବୋଲି ପ୍ରଭାତି ପରିଡା କହିଛନ୍ତି ।
Related Stories
December 2, 2024