ନୂଆଦିଲ୍ଲୀ– କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ବିଶ୍ୱ ନିମୋନିଆ ଦିବସରେ ନିଜ ବାର୍ତ୍ତାରେ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ, ନିମୋନିଆ ଏକ ପ୍ରତିରୋଧକ୍ଷମ ଓ ଚିକିତ୍ସା ଯୋଗ୍ୟ ଶ୍ୱସନ ସଂକ୍ରମଣ ଅଟେ । ଆଜିର ଦିନରେ ଆମେ ରୋଗ ସଂପର୍କରେ ସଚେତନତା ବୃଦ୍ଧି ଏବଂ ଏହାର ମୁକାବିଲାରେ ସ୍ୱାସ୍ଥ୍ୟକର୍ମୀଙ୍କ ଅକଥନୀୟ ଉଦ୍ୟମକୁ ଚିହ୍ନଟ ପାଇଁ ଏକଜୁଟ ହୋଇଥାଉ ।
ଆଜି ଏକ୍ସ ବାର୍ତ୍ତାରେ ନଡ୍ଡା କହିଛନ୍ତି ଯେ, ନିମୋନିଆ ବିରୋଧରେ ଲଢ଼େଇରେ ଟୀକାକରଣ, ଉପଯୁକ୍ତ ସ୍ୱାସ୍ଥ୍ୟସେବା ତଥା ସର୍ବଶିକ୍ଷା ଅଭିଯାନର ଗୁରୁତ୍ୱ ରହିଛି। ଏହି ଉପାୟକୁ ପ୍ରୋତ୍ସାହିତ କରି ଆମେ ଏହି ରୋଗର ବୈଶ୍ୱିକ ପ୍ରଭାବକୁ କମ କରିପାରିବ ଏବଂ ଅଗଣତି ଲୋକଙ୍କ ଜୀବନ ରକ୍ଷା କରିପାରିବା । ଆସନ୍ତୁ ଆମେ ବିଶ୍ୱରେ ସ୍ୱାସ୍ଥ୍ୟର ରକ୍ଷା ଓ ନିମୋନିଆର ପ୍ରତିରୋଧ ପାଇଁ ନିଜ ପ୍ରୟାସରେ ଏକଜୁଟ ହେବା ।