
ଭଞ୍ଜନଗର – ତାରସିଙ୍ଗି ଥାନା ଢୋଲ ପିଟା ଗ୍ରାମ ନିକଟ ନାତୁଣୀ ନାଳ କଲଭର୍ଟ ନିକଟରେ ଆଜି ଏକ ଯୁବକର ରକ୍ତାକ୍ତ ମୃତଦେହ ପଡିଥିବା କିଛି ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ଆଜି ସନ୍ଧ୍ୟାରେ ପୋଲିସ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଥିଲେ ମଧ୍ୟ ଉକ୍ତ ଯୁବକ ର ସଠିକ ପରିଚୟ ମିଳିନାହିଁ। ମୃତଦେହ କୁ ଜବତ କରି କିଭଳି ଓ କେଉଁ ପରିସ୍ଥିତିରେ ସେଠାରେ ଏଭଳି ଘଟଣା ଘଟିଛି ତାହାକୁ ନେଇ ପୋଲିସ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତା ରୁ କେହି ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।