ଗୌହ୍ୱାଟୀ-ବଙ୍ଗୋପସାଗରରେ ବାତ୍ୟା ଦାନା ଯୋଗୁ ତଳୁଆ ତଥା ମଧ୍ୟ ଆସାମର କିଛି ଜିଲ୍ଲା ପ୍ରଭାବିତ ହୋଇଛି । ଗୌହ୍ୱାଟୀ ସହିତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଅନୁଭୂତ ହୋଇଛି । ବର୍ଷା ଯୋଗୁ ତାପମାତ୍ରାରେ ପାଂଚି ଡିଗ୍ରୀ ସେଲିସିୟସ ଯାଏ ହ୍ରାସ ପାଇଛି । ପାଣିପାଗ ବିଭାଗ ମୁତାବକ ଆସାମରେ ଶନିବାର ପର୍ଯ୍ୟନ୍ତ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର 27ଯାଏ ଆସାମରେ ପାଗ କୋହଲା ରହିବ ।