ଶିମଲା– ହିମାଚଳ ପ୍ରଦେଶରେ ଶୁଷ୍କ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟର ଅନେକ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ରାତିରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଜନଜାତୀୟ ଅଂଚଳରେ ପାରା ତଳକୁ ଖସିବାରେ ଲାଗିଛି । ସମତଳ ଅଂଚଳରେ ବି ଥଣ୍ଡା ବଢିବାରେ ଲାଗିଛି । ଗତକିଛି ଦିନରୁ ସୋଲନ ଓ ସୁନ୍ଦରନଗରର ରାତି ଶିମଲାରୁ ଅଧିକ ଥଣ୍ଡା ହେଉଛି । ପାଣିପାଗ ବିଭାଗର ରିପୋର୍ଟ ମୁତାବକ ବୁଧବାର ଶିମଲାର ସର୍ବନିମ୍ନ ତାପମାତ୍ରା 11.8 ଡିଗ୍ରୀ ସେଲସିୟସ ଥିବା ବେଳେ ସୁନ୍ଦରନଗରରେ 11.6 ଡିଗ୍ରୀ ଓ ସୋଲନରେ 10.2 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ପାଲମପୁରରେ ବି ଶିମଲାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ପାଲମପୁରର ତାପମାତ୍ରା 11.5 ଡିଗ୍ରୀ ରେକର୍ଡ ହୋଇଛି ।
Related Stories
November 21, 2024