ଅମରାବତୀ – ଆନ୍ଧ୍ରପ୍ରଦେଶ ସରକାର ରାଜଧାନୀ ଅମରାବତୀରେ ଦୁଇଦିନିଆ ଡ୍ରୋନ ଶିଖର ସମ୍ମିଳନୀର ଆୟୋଜନ କରୁଛନ୍ତି।ଆନ୍ଧ୍ରପ୍ରଦେଶର ରାଜଧାନୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ଅମରାବତୀ ଡ୍ରୋନ ଶିଖର ସମ୍ମିଳନୀରେ 5 ହଜାରରୁ ଅଧିକ ଡ୍ରୋନ ଅଂଶଗ୍ରହଣ କରିବେ।ଆନ୍ଧ୍ରପ୍ରଦେଶ ଡ୍ରୋନ କର୍ପୋରେସନ ଦ୍ୱାରା ଆୟୋଜିତ ଦୁଇଦିନିଆ ଜାତୀୟ ଶିଖର ସମ୍ମିଳନୀ 22 ଏବଂ 23 ଅକ୍ଟୋବରକୁ ଅନୁଷ୍ଠିତ ହେବ।ନାଗରିକ ଉଦ୍ୟନ ମନ୍ତ୍ରାଳୟ ,ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ଡ୍ରୋନ ପ୍ରଦର୍ଶନୀ ଆଜି କୃଷ୍ଣା ନଦୀ କୁଳର ପୁନ୍ନମୀ ଘାଟରେ ଅନୁଷ୍ଠିତ ହେବ।ଏହି ସମ୍ମିଳନୀର ଉଦ୍ଦେଶ୍ୟ ଶିଳ୍ପ ବିଶେଷଜ୍ଞ,ଅନୁସନ୍ଧାନକାରୀ,ଛାତ୍ର ଏବଂ ଉଦ୍ଭାବକମାନଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନାଗରିକ ଉଦ୍ଦ୍ୟନ ମନ୍ତ୍ରୀ କିଂଜରାପୁ ରାମ ନାୟଡୁ ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ଅଂଶଗ୍ରହଣ କରିବେ।ଭିତ୍ତିଭୁମି ଏବଂ ନିବେଶର ମୁଖ୍ୟ ସଚିବ ଏସ ସୁରେଶ କୁମାର କହିଛନ୍ତି ଆନ୍ଧ୍ରପ୍ରଦେଶ ସରକାର ତଦାରଖ କୃଷି ଏବଂ ସାମଗ୍ରୀ ପରିବହନ ସମେତ ବିଭିନ୍ନ ପ୍ରୟୋଗ ପାଇଁ ଡ୍ରୋନର ସମ୍ଭାବନାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି।ମିଳିତ ସରକାର ଆଶା କରୁଛନ୍ତି ଯେ ଏହି ପଦକ୍ଷେପ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।ସେ କହିଛନ୍ତି ଯେ ରାଜ୍ୟ ସରକାର ଡ୍ରୋନ ସେକ୍ଟରରେ 2 ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ 30 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।ନୁତନ ଡ୍ରୋନ ନୀତି ମଧ୍ୟ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।
Related Stories
January 17, 2025
January 17, 2025