ନୂଆଦିଲ୍ଲୀ-ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନତାଙ୍କ ଅଦାଲତ କାର୍ଯ୍ୟକ୍ରମରେ ଲୋକଙ୍କୁ ସଂବୋଧିତ କରିବେ । ଏହି ଅବସରରେ ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ନିଜ ନିର୍ଦ୍ଦୋଷତାର ପ୍ରମାଣ କରିବେ । ଏହାସହିତ ଆଗାମୀ ବିଧାନସଭା ନିର୍ବାଚନରେ ଲୋକଙ୍କ ଠାରେ ସଚ୍ଚୋଟତା ସାର୍ଟିଫିକେଟ ଭାବେ ଭୋଟ ଦେବାକୁ ଅପିଲ କରିବେ, ଯଦ୍ୱାରା ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିପାରିବେ ।